ହିଜାବ ବିବାଦ ମାମଲା: ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

ନୂଆଦିଲ୍ଲୀ, ୧୫/୩: କର୍ଣ୍ଣାଟକର ସ୍କୁଲ ଏବଂ କଲେଜଗୁଡ଼ିକରେ ହିଜାବକୁ ନେଇ ଚାଲିଥିବା ବିବାଦ ଆଜି ଶେଷ ହୋଇଛି। ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ କର୍ଣ୍ଣାଟକ ହାଇକୋର୍ଟ ନିଷେଧାଦେଶ ଜାରି କରିଛନ୍ତି। ଏହା ସହିତ ହିଜାବ ବିରୋଧରେ ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ସମସ୍ତ ପିଟିସନକୁ ଖାରଜ କରିଦିଆଯାଇଛି । ହିଜାବ ବିବାଦ ମାମଲାରେ ସମସ୍ତ ଆବେଦନକୁ ଖାରଜ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ ।ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ ହିଜାବ ଧର୍ମର ଜରୁରୀ ଅଂଶ ନୁହେଁ। ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ଛାତ୍ରଛାତ୍ରୀ ମନା କରିପାରିବେ ନାହିଁ ।