ମାଟ୍ରିକ ପରୀକ୍ଷା ସୂଚୀ ଜାରି କଲା ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ୱର, ୧୪/୩: ଚଳିତବର୍ଷର ମାଟ୍ରିକ ପରୀକ୍ଷା ସୂଚୀ ଜାରି କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଏପ୍ରିଲ ୨୯ରେ ଦ୍ବିତୀୟ ଭାଷା ଇଂରାଜୀ ଓ ହିନ୍ଦୀ ପରୀକ୍ଷା ହେବ ।  ସେହିିିପରି ମେ ୨ରେ ଗଣିତ, ମେ ୪ରେ ବିଜ୍ଞାନ, ମେ ୫ରେ ପ୍ରଥମ ଭାଷା ପରୀକ୍ଷା ହେବା ନେଇ ସୂଚନା ରହିଛି। ମେ ୬ରେ ତୃତୀୟ ଭାଷା ସଂସ୍କୃତ ଓ ହିନ୍ଦୀ, ମେ ୭ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ।

ଅନ୍ୟପଟେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ନବମ ଶ୍ରେଣୀ ସମ୍ମେଟିଭ୍ ପରୀକ୍ଷା-୨ର ସୂଚୀ ପ୍ରକାଶ ପାଇଛି। ଏପ୍ରିଲ ୧୩ରେ ଦ୍ୱିତୀୟ ଭାଷା, ଏପ୍ରିଲ ୧୬ରେ ଗଣିତ ପରୀକ୍ଷା, ଏପ୍ରିଲ ୧୮ରେ ବିଜ୍ଞାନ, ଏପ୍ରିଲ ୧୯ରେ ପ୍ରଥମ ଭାଷା ପରୀକ୍ଷା, ଏପ୍ରିଲ ୨୦ରେ ସାମାଜିକ ବିଜ୍ଞାନ, ଏପ୍ରିଲ ୨୧ରେ ତୃତୀୟ ଭାଷା ପରୀକ୍ଷା ହେବ।