ଅଧ୍ୟକ୍ଷ ପଦରେ ରହିବେ ସୋନିଆ

ନୂଆଦିଲ୍ଲୀ, ୧୩/୩: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ପଦରେ ରହିବେ ସୋନିଆ ଗାନ୍ଧି । CWC ବୈଠକ ପରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ଏନେଇ ସୂଚନା ଦେଇଛନ୍ତି । ରାଜ୍ୟସଭାରେ ବିରୋଧୀ ଦଳ ନେତା ଅଛନ୍ତି ମଲ୍ଲିକାର୍ଜୁନ ଖଡ୍‌ଗେ । ସେ କହିଛନ୍ତି ଯେ ସୋନିଆଙ୍କ ନେତୃତ୍ବରେ ଆଗକୁ ଯିବ କଂଗ୍ରେସ। ଦଳର ଆଗାମୀ ଭବିଷ୍ୟତ ନେଇ ମଧ୍ୟ ନିଷ୍ପତ୍ତି ନେବେ ସୋନିଆ ବୋଲି ମଲ୍ଲିକାର୍ଜୁନ ଖଡ୍‌ଗେ କହିଛନ୍ତି।