ମାର୍ଚ୍ଚରୁ ଅସହାୟ ଖରା ଓ ବଢି ଚାଲିଛି ତାତି

ଭୁବନେଶ୍ୱର, ୧୩/୩: ମାର୍ଚ୍ଚ ମାସରୁ ଡରାଇଲାଣି ଖରା। ଏବେଠୁ ଆରମ୍ଭ ହେଲାଣି ଅସହ୍ୟ ତାତି । ଅପରାହ୍ନ ୨ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ ହୋଇଛି। ସମ୍ବଲପୁରରେ ସର୍ବାଧିକ ୩୬.୬ ଡିଗ୍ରୀ, ଝାରସୁଗୁଡା ୩୬.୪, ଭୁବନେଶ୍ବର ୩୬, ହୀରାକୁଦ ୩୫.୮, ବାଲେଶ୍ବର ୩୫.୨, ଚାନ୍ଦବାଲି ୩୪, ଗୋପାଳପୁରର ତାପମାତ୍ରା ୩୩.୪ ଡିଗ୍ରୀ ରହିିିଥିବା ସୂଚନା ରହିଛି।