ୟୁକ୍ରେନ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ, ୧୩/୩: ୟୁକ୍ରେନରେ ଚାଲିଥିବା ଯୁଦ୍ଧସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ସେହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ, ଅର୍ଥ ମନ୍ତ୍ରୀ ପ୍ରମୁଖ ସାମିଲ ଅଛନ୍ତି।

ସୂଚନାଯୋଗ୍ୟ ଯେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଦିନକୁ ଦିନ ଅତି ଭୟଙ୍କର ରୂପ ନେବାରେ ଲାଗିଛି। ଏହାରିମଧ୍ୟରେ କିଭ୍‌ ଉପରକୁ ରୁଷିଆ ଘନ ଘନ ଆକ୍ରମଣ କରିଥିବା ସୂଚନା ମିଳିଛି । କିଭ୍ ନିକଟରେ ରୁଷିଆ ପକ୍ଷରୁ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗ୍ରୀନ କରିଡ଼ରରେ ଗୁଳିମାଡ଼ ହୋଇଥିବା ଦାବି କରିଛି ୟୁକ୍ରେନ୍ ।