ଷ୍ଟକ ମାର୍କେଟରେ ୧୦ କୋଟି ଠକିଥିବା ଅଭିଯୋଗ, ୨ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର, ୧୨/୩: ସେୟାର ମାର୍କେଟରେ ଟଙ୍କା ବିନିଯୋଗ କରିବାକୁ କହି ଠକେଇ ହୋଇଛି। ଏହି ଅଭିଯୋଗରେ ମୁମ୍ବାଇରେ ଥିବା କମ୍ପାନୀର ୨ ନିର୍ଦ୍ଦେଶକ ଗିରଫ ହୋଇଛନ୍ତି। ତାଙ୍କୁ ଗିରଫ କରିିିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ସେୟାର ମାର୍କେଟରେ ଟଙ୍କା ବିନିଯୋଗ କରି ଅଧିକ ସୁଧ ଦେବାକୁ କହି  ଠକେଇ କରୁୁଥିଲେ। ସୂଚନାଯୋଗ୍ୟ ଯେ ଓଡିଶାରୁ ଜଣେ ନିବେଶକଙ୍କ ୧୦ କୋଟି ଠକିଥିବା ଅଭିଯୋଗ ହୋଇଥିଲା। ଏନେଇ IAAVIC ପ୍ରାଇଭେଟ କମ୍ପାନୀର ୨ ନିର୍ଦ୍ଦେଶକ ଅର୍ପନ ପଟେଲ ଓ ଆଦ୍ଯଜ୍ଯୋତି ନାୟକ ଗିରଫ ହୋଇଛନ୍ତି।