ବିଜୟ ପାଇଁ ଭୋଟର, କର୍ମୀ ଓ ଦଳୀୟ ନେତାଙ୍କୁ କୃତଜ୍ଞତା ଜଣାଇଲେ ଯୋଗୀ

ନୂଆଦିଲ୍ଲୀ,୧୦/୩:।ନିର୍ବାଚନରେ ବିପୁଳ ବିଜୟ ପରେ ଯୋଗୀ ପ୍ରଥମ ସମ୍ବୋଧନ ଦେଇଛନ୍ତି। ରାଜ୍ୟରେ ବିଜେପିକୁ ମିଳୁଛି ପ୍ରଚଣ୍ଡ ସମର୍ଥନ। ବିଜୟ ପାଇଁ ଭୋଟର, କର୍ମୀ ଓ ଦଳୀୟ ନେତାଙ୍କୁ କୃତଜ୍ଞତା ଜଣାଇଛନ୍ତି ଯୋଗୀ । ସୁରକ୍ଷା, ବିକାଶ ଓ ସୁଶାସନ ମଡେଲକୁ ସମର୍ଥନ ମିଳିଛି। ବିଜେପିର ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ବାସ ଓ ପ୍ରୟାସକୁ ସମର୍ଥନ କରିଛନ୍ତି। ଏହା ମଧ୍ୟ କହିଛନ୍ତି ଯେ ସର୍ବବୃହତ ରାଜ୍ୟର ୨୫ କୋଟି ଲୋକ ବିଜେପି ଉପରେ ଭରସା କରିଛନ୍ତି। ଉତ୍ତରଦାୟୀ ସରକାର ଦେବା ବିଜେପିର ଲକ୍ଷ୍ୟ ବୋଲି ଯୋଗୀ କହିଛନ୍ତି।