ଆସନ୍ତା ମାର୍ଚ୍ଚ ୨୫ରୁ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର,୮/୩: ଆସନ୍ତା ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ମାର୍ଚ୍ଚ ୨୫ରୁ ମାର୍ଚ୍ଚ ୩୧ ଯାଏଁ ଚାଲିବ  ଏହି ବଜେଟ ଅଧିବେଶନ । ବଜେଟ ଅଧିବେଶନରେ ମୋଟ ୬ଟି କାର୍ଯ୍ୟ ଦିବସ ରହିବ । ମାର୍ଚ୍ଚ ୨୫ରେ ବିଧାନସଭାରେ ରାଜ୍ୟପାଳ ଅଭିଭାଷଣ ଦେବେ ଓ ମାର୍ଚ୍ଚ ୩୦ରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଗତ ହେବ ରାଜ୍ୟ ବଜେଟ । ବିଧାନସଭାରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ମାର୍ଚ୍ଚ ୩୧ରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ କରାଯିବ । ତେବେ ମାର୍ଚ୍ଚ ୨୭ ରବିବାର ପଡୁଥିବାରୁ ଏହି ଦିନ ବିଧାନସଭାର ବଜେଟ ଅଧିବେଶନ ଚାଲିବ ନାହିଁ ।