ଅନ୍ତର୍ଜାତୀୟ ମହିଳା ଦିବସରେ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮/୩: ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖ ଦିନ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଥାଏ। ଏହି ଅବସରରେ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାରୀ ସଶକ୍ତିକରଣ ପାଇଁ ଓଡ଼ିଶା ସବୁବେଳେ ପଦକ୍ଷେପ ନେଇଛି ବୋଲି ସେ କହିଛନ୍ତି। ଏହାସହ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅବଦାନକୁ ସେ ପ୍ରଶଂସା କରିବା ସହ ମହିଳାଙ୍କ ନେତୃତ୍ବକୁ ସମ୍ମାନ ଦେବା ପାଇଁ ଆହ୍ବାନ ଦେଇଛନ୍ତି।