ଆସନ୍ତାକାଲି ରାଷ୍ଟ୍ରପତି ଭବନରେ ୨୯ଜଣଙ୍କୁ ନାରୀଶକ୍ତି ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୭/୩: ଆସନ୍ତାକାଲି ଅର୍ନ୍ତଜାତୀୟ ମହିଳା ଦିବସ । ଏହି ଉପଲକ୍ଷେ ୨୦୨୦ ଓ ୨୦୨୧ ବର୍ଷ ପାଇଁ ୨୯ଜଣ ଉଲ୍ଲେଖନୀୟ ବ୍ୟକ୍ତିବିଶେଷଙ୍କୁ ସମ୍ମାନଜନକ ନାରୀଶକ୍ତି ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨୯ଜଣ ମହିଳାଙ୍କ ମଧ୍ୟରୁ ଓଡ଼ିଶାର ଶୃତି ମହାପାତ୍ରଙ୍କ ନାମ ସାମିଲ ହୋଇଛି । ଭିନ୍ନକ୍ଷମଙ୍କ ଅଧିକାର ଓ ସୁରକ୍ଷାରେ ଉଲ୍ଲେଖନୀୟ ଅବଦାନ ପାଇଁ ଶୃତିଙ୍କୁ ମିଳିବ ଏହି ସମ୍ମାନଜନକ ପୁରସ୍କାର । ଆସନ୍ତାକାଲି ରାଷ୍ଟ୍ରପତି ଭବନରେ ୨୯ଜଣଙ୍କୁ ନାରୀଶକ୍ତି ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି । ତା’ ପୂର୍ବରୁ ଆଜି ସମସ୍ତ ୨୯ ମହିଳାଙ୍କୁ ଭେଟି କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।