ମୋହାଲି ଟେଷ୍ଟରେ ଭାରତର ବୃହତ ବିଜୟ

ନୂଆଦିଲ୍ଲୀ, ୬/୩: ମୋହାଲି ଟେଷ୍ଟରେ ଭାରତ ବିଜୟ ଲାଭ କରିଛି। ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ଇନିଂସ୍ ଓ ୨୨୨ ରନରେ ପରାସ୍ତ କରି ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛିି। ଭାରତ ପ୍ରଥମ ଇନିଂସ୍-୫୭୪/୮ କରିଥିବା ବେଳେ ଶ୍ରୀଲଙ୍କା ପ୍ରଥମ ଇନିଂସ-୧୭୪,  ସେହିିିପରି ଦ୍ବିତୀୟ ଇନିଂସ-୧୭୮ କରିଥିଲା। ପ୍ରଥମ ଇନିଂସରେ ଜାଡେଜାଙ୍କୁ ୫, ଦ୍ବିତୀୟ ଇନିଂସରେ ୪ଟି ୱିକେଟ୍ ମିିଳିଥିଲା।
ରବୀନ୍ଦ୍ର ଜାଡେଜା ପ୍ରଥମ ଇନିଂସରେ ୧୩ ଓଭରରେ ୪୧ରନ ଦେଇ ୫ ୱିକେଟ୍ ଓ ସେହିପରି ଦ୍ବିତୀୟ ଇନିଂସରେ ୧୬ ଓଭରରେ ୪୬ ରନ ଦେଇ ୪ ୱିକେଟ୍ କରିଛି। ଗୋଟିଏ ମ୍ୟାଚରେ ଅପରାଜିତ ୧୭୫ ରନ ସହ ଜାଡେଜାଙ୍କୁ ୯ ୱିକେଟ୍ ମିଳିଛି।