ଜୋରଦାର ହୋଇଛି ଅପରେସନ ଗଙ୍ଗା, ୟୁକ୍ରେନରୁ ଫେରିଲେଣି ୫୪୭ ଭାରତୀୟ

ନୂଆଦିଲ୍ଲୀ, ୫/୩: ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଜୋରଦାର ହୋଇଛି ଅପରେସନ ଗଙ୍ଗା। ୱାର୍‌ ଜୋନ୍‌ ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ। ଆଜି ୩ଟି ସ୍ବତନ୍ତ୍ର ବିମାନରେ ୟୁକ୍ରେନରୁ ଫେରିଲେଣି ୫୪୭ ଭାରତୀୟ। ସ୍ଲୋଭାକିଆ ଦେଇ ଫେରିଲେ ୧୫୪ ଭାରତୀୟ ଛାତ୍ରଛାତ୍ରୀ। ସେହିପରି ହଙ୍ଗେରୀ ଦେଇ ୧୮୩ ଏବଂ ରୋମାନିଆ ଦେଇ ଫେରିଲେ ୨୧୦ ଭାରତୀୟ।

ଅନ୍ୟପଟେ ଆଜି ୟୁକ୍ରେନ ଉପରେ ପୁଣି ରୁଷିଆ ଜୋରଦାର ଆକ୍ରମଣ କରିଛି। ରୁଷ ସେନାର ଟାର୍ଗେଟ୍‌ରେ ୟୁକ୍ରେନର ବନ୍ଦର ସହର ମରିପଲ ରହିଛି। ମାରିଓପଲ ସହର ଉପରକୁ ରୁଷ ସେନାଙ୍କ ଘନ ଘନ ବୋମାମାଡ଼ ହେଉଥିବା ସୁୁଚନା ରହିିିଛି।ବିଦ୍ୟୁତ, ଜଳ, ଖାଦ୍ୟ ଯୋଗାଣ ଏବଂ ଗମନାଗମନ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି।