ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ, ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର,୫/୩: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ । ତେବେ ’ଟଲ ମ୍ୟାନ’ଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ୧୦୬ ତମ ଜୟନ୍ତୀ ଅବସରରେ ପୁରୀ ବେଳାଭୂମିରେ ବିଜୁ ପଟ୍ଟନାୟକଙ୍କ କରିଛନ୍ତି ପ୍ରତିମୂର୍ତ୍ତୀ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ସୂଚନାନୁଯାୟୀ , ୧୯୧୬, ମାର୍ଚ୍ଚ ୫ ତାରିଖରେ କଟକ ସ୍ଥିତ ତୁଳସୀପୁରଠାରେ ଜନ୍ମଗ୍ରହଣ କରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ବିଜୁ ପଟ୍ଟନାୟକ ଥିଲେ ଓଡ଼ିଶାର ଲୋକପ୍ରିୟ ରାଜନେତା, ବୈମାନିକ ଓ ଶିଳ୍ପପତି । କଟକ ସ୍ଥିତ ରେଭେନ୍ସା କଲିଜିଏଟ୍‌ ସ୍କୁଲରୁ ଶିକ୍ଷା ଶେଷ କରି ରେଭେନ୍ସା କଲେଜରେ ସେ ବିଜ୍ଞାନ ଅଧ୍ୟୟନ କରିଥିଲେ । ଖେଳ ପ୍ରତି ତାଙ୍କର ପ୍ରବଳ ରୁଚି ଥିଲା । ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ସେ ବିମାନ ଉଡ଼ାଣ ପାଠ୍ୟକ୍ରମରେ ଯୋଗ ଦେଇଥିଲେ ।