କିପରି କଟିବ ଆଜି ଆପଣଙ୍କ ଦିନ: ୫/୩/୨୦୨୨

ମେଷ:ସମ୍ପତ୍ତି ସମ୍ବନ୍ଧିୟ ମାମଲାରେ ଜୟଯୁକ୍ତ ହେବେ । କର୍ମକ୍ଷେତ୍ରରେ ଶତୃମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ ଓ ମାନସିକ ଶାନ୍ତି ପାଇବେ । ବ୍ୟବସାୟରେ ଭାଗୀଦାରୀମାନଙ୍କ ସହ ମତାନ୍ତର ମନାନ୍ତର ଦୂରେଇ ଯିବ । ରାଜନୀତିରେ ସଫଳତା ମିଳିବ ।

ବୃଷ:ଶତୃ ଓ ବିରୋଧୀମାନେ ପରାସ୍ତ ହେବେ । ବୁଦ୍ଧିମାତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ । କାରବାରରେ ଉତ୍ଥାନ ହେବା ଫଳରେ ବ୍ୟବସାୟ ବୃଦ୍ଧି କରିବାର ଇଚ୍ଛା ଜାଗ୍ରତ ହେବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ଆର୍ଥିକ ସ୍ଥିତି ସ୍ଵଛଳ ରହିବ ।

ମିଥୁନ:ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ ।

କର୍କଟ:ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ । ଜଗାଜମି, ଗୃହ ଉପକରଣ କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି । ବ୍ୟବସାୟ କ୍ଷେତ୍ରରେ ସଙ୍କଟ ଜନକ ପରିସ୍ଥିତିର ଅବସାନ ଘଟିବ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ସଫଳ ହେବେ । ସାହିତ୍ୟ, ସାମ୍ବାଦିକ, ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ ।

ସିଂହ:ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ଧୈର୍ଯ୍ୟ ଓ ସଂଯମ ରଖିବା ଆବଶ୍ୟକ । ଅସହାୟ ମାନଙ୍କୁ ସାହାଯ୍ୟ କରିବା ଫଳରେ ଲୋକମାନଙ୍କ ନିକଟରେ ମାନସମ୍ମାନ ପ୍ରତିଷ୍ଠା ପ୍ରତିପ୍ରତ୍ତି ବୃଦ୍ଧି ପାଇବ ।

କନ୍ୟା:ସାଧୁ ସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତ ହେବ । ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ପାରନ୍ତି । ବିଭିନ୍ନ ପ୍ରକାର ସମସ୍ୟା ଭିତରେ ରହି କାର୍ଯ୍ୟ ହାସଲ କରିବେ ।

ତୁଳା:ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ସ୍ୱାସ୍ଥ୍ୟ ଉତ୍ତମ ରହିବ । ପାରିବାରିକ ସମ୍ବନ୍ଧରେ ମଧୁରତା ଆସିବ । ସରକାରୀ କାମରେ ସଫଳତା ମିଳିବ । ବରିଷ୍ଠ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ଚାକିରୀ କ୍ଷେତ୍ରରେ ସୁଧାର ଆସିବ । ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ ।

ବିଛା:ସ୍ଵାସ୍ଥ୍ୟରେ ସୁଧାର ଆସିବ । ଦୀର୍ଘ ସମୟରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ । ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ମେଣ୍ଟିବା ପାଇଁ ଚେଷ୍ଟା କରି ସଫଳତା ପାଇବେ । ଅଚାନକ ଭାବରେ ଦୂରଯାତ୍ରା କରିବେ । ନିଜ ପରିଶ୍ରମରେ ସଫଳତା ପାଇବେ ।

ଧନୁ:ସହକର୍ମୀ ମାନଙ୍କର ସମର୍ଥନ ଓ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ପାଠ ପଢାରେ ମନଯୋଗ ଦେବେ । ଧର୍ମାନୁଷ୍ଠାନରେ ଯୋଗଦାନ କରି ପ୍ରଶଂସା ପାଇବେ । ଘରୋଇ କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ ।

ମକର:ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ସେବାକାରୀ ମାନଙ୍କ ସହଯୋଗରେ ସମ୍ମ । ନ ଜନକ ସ୍ଥିତି ପରିଲକ୍ଷିତ ହେବ । ସାମାଜିକ ଅନୁଷ୍ଠାନରେ ଯୋଗ ଦେବାର ସୁଯୋଗ ମିଳିବ । ଜନସେବାଦ୍ଵାରା ସାମାଜିକ ସ୍ଥିତି ଓ ମାନସମ୍ମ । ନ ବଜାୟ ରହିବ ।

କୁମ୍ଭ:ବ୍ୟବସାୟ କ୍ଷେତ୍ରରେ ପୁରୁଣାପ୍ରାପ୍ୟ ଆଦାୟ ହୋଇ ପାରିବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ ।

ମୀନ:ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବା ସହ ମାନସିକ ଶାନ୍ତି ଅନୁଭବ କରିବେ । କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ । ନୂତନ ଦ୍ରବ୍ୟ କ୍ରୟବିକ୍ରୟ କରି ପାରିବେ । ସମସ୍ତଚେଷ୍ଟା ସତ୍ତ୍ୱେ ନିଜର ଲକ୍ଷ୍ୟ ସହଜରେ ପୂର୍ଣ୍ଣ ହେବ ।