ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ

ଭୁବନେଶ୍ୱର, ୨୩/୧୧: ସାତକୋଶିଆରୁ ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ । ଜନସ୍ୱାର୍ଥ ମାମଲାର ବିଚାର କରି ମଧ୍ୟପ୍ରଦେଶ ହାଇକୋର୍ଟ ଏହିପରି ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ ସୁନ୍ଦରୀକୁ କାହ୍ନା ଅଭୟାରଣ୍ୟ ଘୋରେଲା ସେଣ୍ଟରରେ ଛଡ଼ାଯିବା ପାଇଁ କୁହାଯାଇଛି। ଉପଯୁକ୍ତ ପ୍ରାକୃତିକ ଆବାସସ୍ଥଳରେ ଥଇଥାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।