ୟୁକ୍ରେନରୁ ଓଡ଼ିଆଙ୍କୁ ଆଣିବାକୁ ସ୍ବତନ୍ତ୍ର ପ୍ରତିନିଧି ନିଯୁକ୍ତି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩/୩: ଋଷ ଓ ୟୁକ୍ରେନ ଭିତରେ ଯୁଦ୍ଧ ଜାରି ରହିଛି। ୟୁକ୍ରେନରେ ବହୁ ଓଡ଼ିଆ ଫସିି ରହିିଛନ୍ତି। ଏହାରିମଧ୍ୟରେ ୟୁକ୍ରେନର ୪ ପଡ଼ୋଶୀ ଦେଶରୁ ଓଡ଼ିଆଙ୍କୁ ଆଣିବାକୁ ସ୍ବତନ୍ତ୍ର ପ୍ରତିନିଧି ନିଯୁକ୍ତି ହୋଇଛନ୍ତି। ତାଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୋଡାଲ ଅଫିସର ଭାବେ କାମ କରିବେ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସମସ୍ତ ଖର୍ଚ୍ଚ ହେବ। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୋଲାଣ୍ଡ-ବିକ୍ରମାଦିତ୍ୟ, ଉପ ସଭାପତି, ହଙ୍ଗେରୀ-ଆରୁସି ରାୟ, ବରିଷ୍ଠ ଟିଡିପିଏସ ଅଫିସର
ରୋମାନିଆ- ବୈଶାଳୀ ମହାନ୍ତି, ୟୁଏନ୍ ପଲିସି ଅଫିସର, ରୋମ୍
ସ୍ଲୋଭାକିଆ-ଅନୁରାଗ ପଟ୍ଟନାୟକ, କନସଲଟାଣ୍ଟ ଭାବେ ନିଯୁକ୍ତି ପାଇଛନ୍ତି।