ବାରବାଟୀରେ ଖେଳାଯିବ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍

ଭୁବନେଶ୍ୱର,୩/୩: ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ଆଇପିଏଲ୍ ପରେ ବାରବାଟୀରେ ଟି-୨୦ ମ୍ୟାଚ୍ ଖେଳାଯିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ ଜୁନ୍ ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ୫ଟି ଟି-୨୦ ସିରିଜ୍ ଖେଳାଯିବ । କଟକ, ବିଶାଖାପଟଣମ୍, ଦିଲ୍ଲୀ, ରାଜକୋଟ ଓ ଚେନ୍ନାଇରେ ମ୍ୟାଚ୍ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚ୍ କଟକରେ ଖେଳାଯିବ । ସବୁଠାରୁ ବଡ଼ କଥା ହେଉଛି ପ୍ରଥମ ଥର ଓଡ଼ିଶା ଆସିବ ଦକ୍ଷିଣ ଆଫ୍ରିକା ଦଳ । ପୂର୍ବରୁ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ମ୍ୟାଚ୍ ହେବାର ଥିଲା । ହେଲେ କରୋନା ପାଇଁ ବାରବାଟୀରେ ମ୍ୟାଚ୍ ସମ୍ଭବ ହୋଇନଥିଲା । ଏବେ ଟିକେ ସ୍ଥିତି ସୁଧୁରିବା ପରେ ବାରବାଟୀରେ ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଖେଳାଯିବା ପାଇଁ ନିଷ୍ପତି ହୋଇଛି । ତେଣୁ ଆସନ୍ତା ୯ ତାରିଖର ହେବାକୁ ଥିବା ମ୍ୟାଚକୁ ଅପେକ୍ଷା କରି ରହିଛନ୍ତି କ୍ରିକେଟପ୍ରେମୀ ।