ପୌର ନିର୍ବାଚନ: ଆସନ୍ତା ୨ ତାରିଖରୁ ନାମାଙ୍କନ ଦାଖଲ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୨୮/୨: ପଞ୍ଚାୟତ ନିର୍ବାଚନ ପରେ ଏବେ ପୌର ଭୋଟ ଗ୍ରହଣ ଆରମ୍ଭ ହେବ। ଆଗାମୀ ପୌର ନିର୍ବାଚନ ପାଇଁ  ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ନିର୍ବାଚନ କମିଶନର । ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସାରିବାକୁ କମିଶନ ଗୁରୁତ୍ୱ ଦେଇଛନ୍ତି । ଚଳିତ ବର୍ଷ ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମହାନଗର ନିଗମରେ କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ ଓ ମେୟର ପାଇଁ ନିର୍ବାଚନ ହେବ ।୪୮ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗରରେ ହେବ ନିର୍ବାଚନ । ସୂଚନା ଅନୁସାରେ ଆସନ୍ତା ୨ ତାରିଖରୁ ନାମାଙ୍କନ ଦାଖଲ ପାଇଁ ପ୍ରକ୍ରିୟା । ଏହା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ମାର୍ଚ ୯ରେ ହେବ ସମସ୍ତ ନାମାଙ୍କନ ପତ୍ରର ଯାଞ୍ଚ ହେବ । ପରେ ଆଗାମୀ ୨୪ରେ ପଡିବ ପୌର ଭୋଟ । ଏହାପରେ ୨୬ ତାରିଖ ଦିନ ଗଣତି ହେବ ଭୋଟ ।