ଭୁବନେଶ୍ୱର, ୨୩/୧୧: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ଆଜି ପରଲୋକ ଘଟିଛି। ସୁଶୀଳା ଦେବୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏହାସହ ସେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସୁଶୀଳା ଦେବୀ ଜଣେ ଧର୍ମପରାୟଣା ଓ ପରୋପକାରୀ ମହିଳା ଥିଲେ। ଭଗବାନ ତାଙ୍କ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Deeply saddened to learn about passing away of First Lady of the State, Smt Susheela Devi. She was a very warm and pious person. Convey my deep sympathy to Hon'ble @GovernorOdisha Prof Ganeshi Lal ji and family members. May her soul rest in peace.
— Naveen Patnaik (@Naveen_Odisha) November 23, 2020