ପିଲାଙ୍କ ପାଠ ପଢାକୁ ନେଇ କଣ କହିଲେ ଗଣଶିକ୍ଷାମନ୍ତ୍ରୀ ?

ଭୁବନେଶ୍ୱର, ୨୭/୨: ରାଜ୍ୟରେ ଏବେ କରୋନା ସ୍ଥିତିରେ ସୁଧାର ଆସିଛି। କଁ ରୋନା ଯୋଗୁ ପିଲାଙ୍କ ପାଠପଢ଼ା ଉପରେ ବେଶ ପ୍ରଭାବ ପଡିଛି। ଏହାରିମଧ୍ୟରେ ପିଲାଙ୍କ ପାଠ ପଢାକୁ ନେଇ  ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବିଗତ ୨ ବର୍ଷ ଧରି ଛାତ୍ରଛାତ୍ରୀମାନେ ଯେଉଁ ପାଠ ପଢିନାହାନ୍ତି ସେ ବିଷୟରେ ତାଙ୍କୁ କିଭଳି ସଚେତନ କରାଯାଇପାରିବ ସେଥିପାଇଁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।