୨୬୩ଟି ଆସନରେ ବିଜେଡିର ବାଜିମାତ

ଭୁବନେଶ୍ୱର, ୨୭/୨:ଏବେ ପଂଚାୟତ ନିର୍ଵାଚନ ପାଇଁ ମତଦାନ ଶେଷ ହେବା ପରେ ଚାଲିଥିଲା ଭୋଟ ଗଣତି। ଆଜି ୨୯୫ ଆସନର ଫାଇନାଲ ରେଜଲ୍ଟ ଆସିଛି । ୨୬୩ଟି ଆସନରେ ବିଜେଡି ବିଜୟୀ ହୋଇଥିବା ବେଳେ ୧୪ଟି ଆସନ ଜିତିଛି ବିଜେପି । ୧୪ଟି ଆସନ ହାସଲ କରିଛି କଂଗ୍ରେସ । ଅନ୍ୟାନ୍ୟ ୪ଟି ଆସନରେ ବିଜୟୀ ହୋଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଜିଲ୍ଲାର ୨୬୮ଟି ଗ୍ରାମ ପଞ୍ଚାୟତର ୭୩୪୪ ଜଣ ୱାର୍ଡ ମେମ୍ବର ଓ ୯୪୫ ଜଣ ସରପଞ୍ଚ, ୮୧୮ ଜଣ ସମିତି ସଭ୍ୟ ଏବଂ ୩୩ ଜିଲ୍ଲା ପରିଷଦ ଜୋନର ୧୫୬ ଜଣ ପ୍ରାର୍ଥୀଙ୍କ ନିର୍ଦ୍ଧାରଣ ହେବ ରାଜନୈତିକଙ୍କ ଭାଗ୍ୟ ।