ଅଫ୍‌ଲାଇନ୍‌ରେ ହେବ ସବୁ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ୱର, ୨୬/୨: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ କୌଣସି ପରୀକ୍ଷା ହୋଇପାରୁନଥିଲା। କିନ୍ତୁ ସ୍ଥିତି ସୁଧୁରିବା ପରେ ସମସ୍ତ ବୈଷୟିକ ଓ ଦକ୍ଷତା ବିକାଶ ଅନୁଷ୍ଠାନର ସବୁ ସେମିଷ୍ଟାର ପରୀକ୍ଷା ଅଫ୍‌ଲାଇନ୍‌ରେ ହେବା ନେଇ ସୂଚନା ରହିଛି । ଏଥିପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିପିୟୁଟି, ଭିସୁଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ଓ ସମସ୍ତ ଦକ୍ଷତା ବିକାଶ ଅନୁଷ୍ଠାନକୁ ଚିଠି ଲେଖାଯାଇଛି । କ ରୋନା ସଂକ୍ରମଣ ହ୍ରାସ ପାଇବା ପରେ ଗୁଣାତ୍ମକ ଶିକ୍ଷା ପାଇଁ ସମସ୍ତ ସେମିଷ୍ଟାର ପରୀକ୍ଷା ଅଫ୍‌ଲାଇନ୍‌ରେ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।