ଶିବରାତ୍ରୀ ପାଇଁ ବିଏମ୍‌ସି ପକ୍ଷରୁ ଗାଇଡଲାଇନ୍ ଜାରି

ଭୁବନେଶ୍ୱର, ୨୫/୨: ମାର୍ଚ୍ଚ ୧ ତାରିଖ ଶିବରାତ୍ରୀ। ଶିବରାତ୍ରୀ ପାଇଁ ବିଏମ୍‌ସି ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। କୋଭିଡ୍‌ କଟକଣା ମାନି ରୀତିନୀତି ପାଳନ କରିବେ ସେବାୟତ।ଲିଙ୍ଗରାଜଙ୍କୁ ସିଂହଦ୍ୱାରରୁ ଆଡ଼ କାଠ ମଧ୍ୟରେ ଦର୍ଶନ କରିବେ ଶ୍ରଦ୍ଧାଳୁ। କେବଳ ଦର୍ଶନ କରିବେ କିନ୍ତୁ କୌଣସି ପୂଜା କରିପାରିବେ ନାହିଁ ଶ୍ରଦ୍ଧାଳୁ । ଏନେଇ କଟକଣା ଲାଗୁ କରାଯାଇଛି।ସୂଚନାାଯୋଗ୍ୟ ଯେ ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ବିପଦ ଟଳିନି। ତେଣୁ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି।