ଆହୁରି ୧୬ ହଜାର ଫେରିବେ ଭାରତୀୟ

ନୂଆଦିଲ୍ଲୀ, ୨୪/୨: ୟୁକ୍ରେନ ବୈଦେଶିକ ମନ୍ତ୍ରୀଙ୍କ ସହ ଆଜି କଥା ହେବେ ଏସ୍‌ ଜୟଶଙ୍କର। ୟୁକ୍ରେନରେ ଥିବା ୨୦ ହଜାର ଭାରତୀୟଙ୍କ ମଧ୍ୟରୁ ୪ ହଜାର ଜଣ ଫେରିଛନ୍ତି। ବାକି ୧୬ ହଜାର ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯିବ। ସେମାନଙ୍କୁ ପୋଲାଣ୍ଡ, ହଙ୍ଗେରୀ, ରୋମାନିଆ ଓ ସ୍ଲୋଭାକିଆ ଦେଇ ଭାରତୀୟ ଆସିବେ।

ସେପଟେ ବାୟୁସୀମାରେ ଉଡ଼ାଣ ବାତିଲ୍ କରିଛନ୍ତି ୟୁକ୍ରେନ୍ ସରକାର । ସମସ୍ତ ବେସାମରିକ ବିମାନ ଉଡ଼ାଣ ଉପରେ ରୋକ୍ ଲଗାଯାଇଛି। ପ୍ରତ୍ୟାବର୍ତ୍ତନ ଅପେକ୍ଷାରେ ଥିବା ପ୍ରବାସୀଙ୍କ ପାଇଁ  ସମସ୍ୟା ହୋଇଛି ।