ପଞ୍ଚମ ପର୍ଯ୍ୟାୟରେ ୭୦%ରୁ ଅଧିକ ମତଦାନ

ଭୁବନେଶ୍ୱର, ୨୪/୨: ରାଜ୍ୟରେ ଏବେ ପଂଚାୟତ ନିର୍ବାଚନ ଚାଲିଛି। ଆଜି ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍‌ ଗ୍ରହଣ ନେଇ SEC ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପଞ୍ଚମ ପର୍ଯ୍ୟାୟରେ ୭୦%ରୁ ଅଧିକ ମତଦାନ ହୋଇଛି। ଚୂଡ଼ାନ୍ତ ହିସାବ ଆସିଲେ ଭୋଟଦାନ ହାର ବଢ଼ିପାରେ। କିଛି ସ୍ଥାନରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ଭୋଟଦାନ ବାଧାପ୍ରାପ୍ତ ହୋଇଛି। ସମ୍ପୃକ୍ତ ଜିଲ୍ଲାପାଳମାନଙ୍କଠାରୁ ରିପୋର୍ଟ ଆସିଲା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।