କରୋନା ମାଡ଼, ଫ୍ରାନ୍ସରେ ଜାରି ହେଲା କର୍ଫ୍ୟୁ

ପ୍ୟାରିସ, ୧୫ା୧୦: ବିଶ୍ୱର ବିଭିନ୍ନ ଦେଶରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ କରୋନା ମହାମାରୀର ଦ୍ୱୀତୀୟ ଲହରୀକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ସେ ଫ୍ରାନ୍ସରେ କର୍ଫ୍ୟୁ ଘୋଷଣା କରିଛନ୍ତି । ୪ସପ୍ତାହ ପାଇଁ ପ୍ୟାରିସ ସମେତ ୯ସହରରେ କର୍ଫ୍ୟୁ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାରଣ କରୋନାର ପ୍ରଥମ ଲହରିରେ ଫ୍ରାନ୍ସରେ ୩୨.୯୪୨ ଜୀବନ ଯାଇଛି ।