ଚତୁର୍ଥ ପର୍ଯ୍ୟାୟରେ ହୋଇଛି ୭୩ ପ୍ରତିଶତ ମତଦାନ

ନୂଆଦିଲ୍ଲୀ, ୨୨/୨:ଏବେ ପର୍ଯ୍ୟାୟ କ୍ରମେ ମତଦାନ ଜାରି ରହିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟରେ ୭୩% ମତଦାନ ହୋଇଛି। ୪-୫ଟି ସ୍ଥାନରେ ବିଭିନ୍ନ କାରଣରୁ ଭୋଟଗ୍ରହଣ ବାଧାପ୍ରାପ୍ତ ହୋଇଛି। ଜିଲ୍ଲାପାଳଙ୍କ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଆଜି ସୁଦ୍ଧା ୪ଟି ପର୍ଯ୍ୟାୟରେ ମୋଟ ୨୬୬ଟି ବ୍ଲକରେ ମତଦାନ ସରିଛି। ଯାଜପୁରର ନଗଡାରେ ରେକର୍ଡ ୮୩% ମତଦାନ ହୋଇଥିବା ବେଳେ କଳାହାଣ୍ଡିର ନିୟମଗିରିରେ ୮୦% ମତଦାନ ହୋଇଛି। ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।