ଟ୍ରାକ ପ୍ୟାଣ୍ଟ ଏବଂ ଟି-ସାର୍ଟରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୧/୨: ଆଜି କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ପୋର୍ଟି ଲୁକ  । ଟ୍ରାକ ପ୍ୟାଣ୍ଟ ଏବଂ ଟି-ସାର୍ଟ ପରିଧାନ କରି ଷ୍ଟାଡିୟମରେ ପ୍ରବେଶ  କରିଥିଲେ । ସେଠାରେ ଚାଲିଥିବା ଓଡ଼ିଶା ଓମେନ୍ ଫୁଟବଲ ଲିଗ ସେ ଦେଖିଛନ୍ତି । ଷ୍ଟାଡିୟମରେ ବସି ଫୁଟବଲ ଖେଳକୁ ଅନୁଭବ କରିଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ସହ 5-ଟି ସଚିବ ଭି.କେ ପାଣ୍ଡିଆନ୍ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲେ । ନବୀନଙ୍କ ଏଭଳି ଗସ୍ତ ଖେଳାଳିଙ୍କୁ ଉତ୍ସାହିତ କରିଛି । ତେବେ ଷ୍ଟାଡିୟମରେ ଚାଲିଥିବା ନିର୍ମାଣଧୀନ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟକୁ କ୍ରୀଡ଼ା ହବ୍ କରିବା ନିମନ୍ତେ ଓଡିଶା ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି  ।