ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ୱର, ୨୧/୨: ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ରାଞ୍ଚି CBI କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ୬୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯାଇଛି। ଗତ ମଙ୍ଗଳବାର ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଦୋରନ୍ଦା ଟ୍ରେଜେରିରୁ ବେଆଇନ ଭାବେ ୧୩୯ କୋଟି ଟଙ୍କା ଉଠାଣ ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଲାଲୁ ଯାଦବଙ୍କ ସହିତ ଅନ୍ୟ ୭୫ ଜଣ ଦୋଷୀ ପ୍ରମାଣିତ ହୋଇଛନ୍ତି । ୯୫୦ କୋଟି ଟଙ୍କାର ଚାରା ଦୁର୍ନୀତିର ଅନ୍ୟ ୪ଟି ମାମଲାରେ ମଧ୍ୟ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।