ପଞ୍ଚାୟତ ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ୭୮.୬% ମତଦାନ

ଭୁବନେଶ୍ୱର, ୨୧/୨:ପଞ୍ଚାୟତ ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ରେ ୭୮.୬% ମତଦାନ ହୋଇଛି। ସୁବର୍ଣ୍ଣପୁରରେ ସର୍ବାଧିକ ୮୭.୪୪% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ନବରଙ୍ଗପୁର ୮୬.୩୩%, କୋରାପୁଟ ୮୪.୭୮%, ଗଜପତି ୮୨.୭୨% ,
ଅନୁଗୁଳ ୮୪.୨୪ %, ବରଗଡ଼ ୮୨.୬୩% ବୌଦ୍ଧ ୮୧.୩୧ %, ଢେଙ୍କାନାଳ ୮୦.୩୯%, କନ୍ଧମାଳ ୮୧.୩୫ %, ସମ୍ବଲପୁର ୮୧.୦୭%, ବାଲେଶ୍ବର ୭୪.୭୨%, ବଲାଙ୍ଗିର ୭୧.୮୩%, କଟକ ୭୯.୨୬%, ଦେବଗଡ଼ ୭୯.୮%, ଜଗତସିଂହପୁର ୭୬%, କଳାହାଣ୍ଡି ୭୭.୫୯%, ୭୯.୫୩%, ନୂଆପଡ଼ା ୭୮.୨୪%, ରାୟଗଡ଼ା ୭୯.୪୪%, ଭଦ୍ରକ ୭୭%, ନୟାଗଡ଼ ୭୮.୨୪ %, ସୁନ୍ଦରଗଡ଼ ୭୫.୪୫%, ମାଲକାନଗିରି ୭୬.୬୩%,କେନ୍ଦୁଝର ୭୭.୮୯%, ଖୋର୍ଦ୍ଧା ୭୬.୪୯%, କେନ୍ଦ୍ରାପଡ଼ା ୭୨.୨୫%, ଯାଜପୁର ୭୧% ମତଦାନ ହୋଇଛି।