ପଞ୍ଚାୟତ ନିର୍ବାଚନ: ୨ୟ ପର୍ଯ୍ୟାୟରୁ ୧୩ଟି ବୁଥରେ ଆସିଛି ରି-ପୋଲିଂ ପ୍ରସ୍ତାବ

ଭୁବନେଶ୍ୱର, ୧୯/୨: ରାଜ୍ୟରେ ଏବେ ପଂଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ରହିଛି। ଏହାରି ମଧ୍ୟରେ ରାଜ୍ୟ ନିର୍ବାଚନ କମିସନରଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ୨ୟ ପର୍ଯ୍ୟାୟରୁ ୧୩ଟି ବୁଥରେ ରି-ପୋଲିଂ ପ୍ରସ୍ତାବ ଆସିଛି। ଅନ୍ୟ ୩ ବୁଥ୍‌ରେ ବାଲାଟ ପେପର ଫୋଲ୍‌ଡିଂ ତ୍ରୁଟି ଥିବା ଜଣାପଡ଼ିଛି, ତେଣୁ ତର୍ଜମା ପରେ ରି-ପୋଲିଂ ନିଷ୍ପତ୍ତି ନିଆଯିବ।

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ଭୋଟ ଗ୍ରହଣ ହେବ। ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ  ମତଦାନ ହେବ । ୧୭୧ଟି ଜିଲ୍ଲା ପରିଷଦ, ୧୩୮୨ ସରପଞ୍ଚ ପଦବୀ ପାଇଁ ପଡ଼ିବ ଭୋଟ । ୧୮, ୪୯୫ଟି ବୁଥ୍‌ ମତଦାନ କରିବେ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ଭୋଟର । ୨ ହଜାର ୭୭୩ଟି ସମ୍ବେଦନଶୀଳ ବୁଥ ରହିଥିବା ସେ କହିଛନ୍ତି ।