ଭୋଟର ତାଲିକାରେ ନାଁ ନଥିବାରୁ ପୂରା ଗ୍ରାମବାସୀଙ୍କ ଭୋଟ ବର୍ଜନ

ଭୁବନେଶ୍ୱର, ୧୬/୨: ରାଜ୍ୟରେ ଏବେ ପଂଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି। ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଭୋଟର ତାଲିକାରେ ନାଁ ନଥିବାରୁ ପୂରା ଗ୍ରାମବାସୀଙ୍କ ଭୋଟ ବର୍ଜନ କରାଯାଇଛି। ଖୁଣ୍ଟା ବ୍ଲକ ବଡ଼ଫେଣୀ ୩ ନମ୍ବର ୱାର୍ଡ ସାରଜମଡିହି ଗାଁରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ନୂଆ ଭୋଟର ତାଲିକାରେ ଗାଁର ୪୧୭ ଜଣଙ୍କ ନାଁ ନଥିବା ଅଭିଯୋଗ ହୋଇଛି। ତାଲିକାରେ ମାତ୍ର ୬୪ ଜଣଙ୍କ ନାଁ ଥିବାରୁୁ ପ୍ରତିବାଦରେ ଭୋଟ ବର୍ଜନ ହୋଇଥିବା ସୂଚନା ମିଳିଛି।