ରାସଗୋବିନ୍ଦପୁର-ଅମର୍ଦ୍ଦା ଏୟାର ଷ୍ଟ୍ରିପରୁ ବିମାନ ଉଡାଣ ନେଇ ଚିଠି

ଭୁବନେଶ୍ୱର, ୧୫/୨: ରାସଗୋବିନ୍ଦପୁର-ଅମର୍ଦ୍ଦା ଏୟାର ଷ୍ଟ୍ରିପରୁ ବିମାନ ଉଡାଣ ନେଇ  ପ୍ରତିରକ୍ଷା ସଚିବ ଅଜୟ କୁମାରଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ। ଉଡାଣ ଅନୁମତି ମିଳିଥିବା ଅମର୍ଦ୍ଦା ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ନେଇ ଚିଠିରେ ଉଲ୍ଲେଖ ହୋଇଛି। ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ହେଲେ ପର୍ଯ୍ୟଟନର ବିକାଶ ହେବ ବୋଲି ସେ କହିଛନ୍ତି। ଯାହାଫଳରେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ, କୁଳଡିହା ଅଭୟାରଣ୍ୟ, ଚାନ୍ଦିପୁର ଓ ତଳସାରିକୁ ପର୍ଯ୍ୟଟକ ଆସିିିବେ । ସୂଚନାଯୋଗ୍ୟ ଯେ ଅନ୍ୟପଟେ NOC ପ୍ରଦାନ ପାଇଁ DRDOକୁ ରାଜ୍ୟ ସରକାର ବହୁବାର ଚିଠି ଲେଖିଛନ୍ତି ।