ବିପୁଳ ପରିମାଣର ବ୍ରାଉନ୍‌ସୁଗର ଜବତ, ୪ ଗିରଫ

ଭୁବନେଶ୍ୱର, ୧୫/୨: ରାଜ୍ୟରେ ଏବେ ଚୋରି, ଡକାୟତି ସାଙ୍ଗକୁ ନିଶାଦ୍ରବ୍ୟ ଚୋରାଚାଲାଣ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ପୁରୀ ସ୍ଥିତ ବାସେଳି ସାହିରୁ ୩୫୯ ଗ୍ରାମର ବ୍ରାଉନ୍‌ସୁଗର ଜବତ ହୋଇଛି। ଏହାସ ୪ ଜଣ ଗିରଫ ହୋଇଛନ୍ତି। ୧୭ ହଜାର ନଗଦ ଟଙ୍କା, ୩ ବାଇକ୍ ଓ ୫ଟି ମୋବାଇଲ ଜବତ ହୋଇଛି। ବାସେଳି ସାହି ପୋଲିସ୍ ଓ ପୁରୀ STFର ମିଳିତ ଚଢାଉରେ ଏହିସବୁ ଜବତ କରାଯାଇଛି। ଜବତ କରାଯାଇଥିବା ବ୍ରାଉନ୍‌ସୁଗରର ଆନୁମାନିକ ମୂଲ୍ୟ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ।