ଭାରତ ଆସିବ କୋର୍ବେଭାକ୍ସ ଟିକା

ନୂଆଦିଲ୍ଲୀ, ୧୫/୨: ଦେଶରେ ଏବେ କଁ ରୋନା ସଂକ୍ରମଣ କମିଛି କିନ୍ତୁ ବିପଦ ଟଳିନି। ତେଣୁ କୋଭିଡ ଟୀକାକରଣ କୁ ଜୋରଦାର କରାଯାଇଛି। ଏହାରିମଧ୍ୟରେ ଏକ ଆଶ୍ବସ୍ଥିକର ଖବର ଆସିଛି। କୋର୍ବେଭାକ୍ସ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି ସୁପାରିଶ କରିଛି। ଖୁବ୍ ଶୀଘ୍ର ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଟିକାକରଣ କରାଯାଇପାରେ । ଆସନ୍ତା କିଛି ସପ୍ତାହ ମଧ୍ୟରେ ଡିସିଜିଆଇ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିପାରେ ବୋଲି ସୂଚନା ରହିଛି। ଏହାରି ଭିତରେ ଆଜି କେନ୍ଦ୍ର ସରକାର ଗ୍ରହଣ କରିବେ କୋର୍ବେଭାକ୍ସର ୩ କୋଟି ଡୋଜ୍ । ବାୟୋଲୋଜିକାଲ ଇ ଦ୍ୱାରା ପ୍ରସ୍ତୁତ ୫ କୋଟି କୋର୍ବେଭାକ୍ସ ଟିକାର ଅର୍ଡର କରିଛନ୍ତି କେନ୍ଦ୍ର ସରକାର ।ଏହି ଟିକାର ଦୁଇଟି ଡୋଜ ରହିଥିବା ବେଳେ ୨୮ ଦିନ ବ୍ୟବଧାନରେ ଦ୍ୱତୀୟ ଟିକା ଦିଆଯିବ ବୋଲି ସୂଚନା ମିଳିଛି । ଗୋଟିଏ ଡୋଜ ଟିକାକୁ ୧୪୫ ଟଙ୍କା ପଡୁଥିବା ବେଳେ ଜୁନ ୨୦୨୧ରେ ଭାରତ ୧୫ ଶହ କୋଟି ଟଙ୍କାରେ ଟିକା ପାଇଁ ଅର୍ଡର କରିଥିଲ ।