ରାଜଧାନୀରେ ମିଳିବ ପ୍ରିକସନ ଡୋଜ

ଭୁବନେଶ୍ୱର, ୧୪/୨: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଛି କିନ୍ତୁ ବିପଦ ଟଳିନି। ଏହାସହ ଓମିକ୍ରନର ଭୟ ରହିଛି।କୋଭିସିଲଡ୍‌ ଟିକା ନେଇଥିବା ରାଜଧାନୀ ବାସିନ୍ଦାଙ୍କୁ ମିଳିବ ପ୍ରିକସନ ଡୋଜ। ଯେଉଁଠାରେ ବି ଟିକା ନେଇଥିଲେ ଚଳିବ। ସୂଚନାଯୋଗ୍ୟ ଯେ କୋୱିନ ଆପରେ ନାଁ ପଞ୍ଜିକରଣ କରିପାରିବେ ନହେଲେ ସିଧାସଳଖ ଟିକା କେନ୍ଦ୍ରରୁ ନେଇପାରିବେ ଟିକା। ୟୁନିଟ-୯ ଓ ଚନ୍ଦ୍ରଶେଖରପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ସୁବିଧା ମିଳିବ।