୪୮ ଘଣ୍ଟା ପରେ ରାଜ୍ୟରେ ବଢ଼ିବ ରାତି ତାପମାତ୍ରା

ଭୁବନେଶ୍ୱର,୧୩/୨: ରାଜ୍ୟରେ ଏବେ ଶୀତ ଲହରୀ ରହିଛି। ଏହାରିମଧ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୧୬ ତାରିଖରୁ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଆଭନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି ।ଅନ୍ୟପକ୍ଷରେ ୪୮ ଘଣ୍ଟା ପରେ ରାଜ୍ୟରେ ରାତି ତାପମାତ୍ରା ବଢ଼ିବ । ୩ ରୁ ୪ ଡିଗ୍ରୀ ଯାଏଁ ରାତି ତାପମାତ୍ରା ବୃଦ୍ଧି ପାଇବ । ୧୫ ତାରିଖ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିିିଛି।