ଭକ୍ତଙ୍କ ପାଇଁ ଆଜି ଶ୍ରୀମନ୍ଦିର ବନ୍ଦ

ପୁରୀ, ୧୩/୨: ରାଜ୍ୟରେ କଁ ରୋନା ସଂକ୍ରମଣ କମିବା ପରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ହୋଇଥିଲା। କୋଭିଡ କଟକଣା ଭିତରେ ଶ୍ରୀଜୀଉଙ୍କୁ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁ ।କିନ୍ତୁ ସପ୍ତାହର ପ୍ରତି ରବିବାର  ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଆଜି ରବିବାର ହୋଇଥିବାରୁ ବନ୍ଦ ଅଛି ଶ୍ରୀମନ୍ଦିର। ରବିବାର ମନ୍ଦିରକୁ ସାନିଟାଇଜ କରିବା ପାଇଁ ଦର୍ଶନ ବନ୍ଦ ରଖିଛି ମନ୍ଦିର ପ୍ରଶାସନ । ମନ୍ଦିର ଚତୁଃପାର୍ଶ୍ବ ଓ ଭିତର ବେଢାରେ ଥିବା ଆନନ୍ଦ ବଜାର, କୀର୍ତ୍ତନ ଚକଡା, ସ୍ନାନ ବେଦୀ ଆଦିକୁ ଅଗ୍ନିଶମ ବିଭାଗ ଦ୍ବାରା ବିଶୋଧନ କରାଯାଇଛି।