ମତଦାନର ୩୬ ଘଣ୍ଟା ପୂର୍ବରୁ ଲାଗୁ ହେବ କଟକଣା

ଭୁବନେଶ୍ୱର, ୧୨/୨: ରାଜ୍ୟରେ ଏବେ ପଂଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି। ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୩୬ ଘଣ୍ଟା ପୂର୍ବରୁ ଡାକବାଜି ପ୍ରଚାର ବନ୍ଦ ହେବ । ୧୪ ତାରିଖ ସନ୍ଧ୍ୟା ୭ଟାରୁ ପ୍ରଥମ ପର୍ଯ୍ୟାୟ ପ୍ରଚାର ବନ୍ଦ ହେବ । ଅନ୍ୟପଟେ ପ୍ରଚାର କଟକଣା ଲାଗୁ ପରେ ବାହାର ରହିପାରିବେନି ନେତା ।ସମ୍ବେଦନଶୀଳ ବୁଥ୍‌ରେ ଭିଡିଓ ରେକର୍ଡିଂ ଓ ସିସିଟିଭି ବ୍ୟବସ୍ଥା ରହିିିବ। ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲା, ୭୧ ବ୍ଲକ, ୨୦୦ ଜିଲ୍ଲା ପରିଷଦ ପାଇଁ ୧୬୬୯ ପଞ୍ଚାୟତ, ୨୨,୩୭୯ ଓ୍ବାର୍ଡ ମେମ୍ବର ପାଇଁ ଭୋଟ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟରେ ୬୭ଲକ୍ଷ ୫୧ ହଜାର ମତଦାତା ଭୋଟ ଦେବେ।