ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ, CRPF ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ୍

ଭୁବନେଶ୍ୱର: ଛତିଶଗଡ଼ର ବିଜାପୁରଠାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ଜଣେ ସିଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ୍ ହୋଇଛନ୍ତି । ମୃତକ ହେଲେ୧୬୮ ବାଟାଲିୟନ ଆସିଷ୍ଟାଣ୍ଟ କମାଣ୍ଡର ଏସବି ତିର୍କୀ। ଏହାସହ ଏହି ଘଟଣାରେ ଜଣେ ଯବାନ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ବିଜାପୁର ବାସାଗୁଡା ଥାନା ତିମାପୁର ଜଂଗଲରେ ଗୁଳି ବିନିମୟ ସମୟରେ ଏଭଳି ଅଘଟଣ ଘଟିଥିବା ନେଇ ବିଜାପୁର ଏସପି କମଲୋଚନ କଶ୍ୟପ ସୂଚନା ଦେଇଛନ୍ତି।