ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ୍‌ରେ ଭାରତର କ୍ଲିନ ସ୍ବିପ୍

ଭୁବନେଶ୍ୱର,୧୧/୨: ଆଜି ଭାରତ- ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚ ଥିଲା। ତୃତୀୟ ଦିନିକିଆକୁ ୯୬ ରନରେ ଜିତିଛି ଭାରତ। ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ୍‌ରେ ଭାରତ କ୍ଲିନ ସ୍ବିପ୍ କରିଛି। ୨୬୬ ରନର ବିଜୟ ଲକ୍ଷ୍ୟ କରି ୧୬୯ରେ ଅଲ୍‌ ଆଉଟ୍ ହେଲା ‌ଇଣ୍ଡିଜ। ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରୀଷ୍ଣାଙ୍କୁ ୩ଟି ଲେଖାଏଁ ୱିକେଟ ମିଳିଥିବା ବେଳେ ଦୀପକ ଚହର ଓ କୁଲଦୀପ ଯାଦବଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଛି।