ବଦଳିଲା ମଣିପୁର ବିଧାନସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ, ୧୦/୨: ଏବେ ୫ଟି ରାଜ୍ୟରେ ଚାଲିଛି ବିଧାନସଭା ନିର୍ବାଚନ। ଏନେଇ ରାଜନୈତିକ ମାହୋଲ ମଧ୍ୟ ବେଶ ସରଗରମ ହେବାରେ ଲାଗିଛି। ଏହାରିମଧ୍ୟରେ ମଣିପୁର ବିଧାନସଭା ନିର୍ବାଚନ ତାରିଖ ବଦଳିଛି। ମଣିପୁରରେ ଫେବ୍ରୁଆରି ୨୭ ପରିବର୍ତ୍ତେ ୨୮ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ସେହିପରି ମାର୍ଚ୍ଚ ୩ ତାରିଖ ପରିବର୍ତ୍ତେ ମାର୍ଚ୍ଚ ୫ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ସୂଚନାଯୋଗ୍ୟ ଯେ
ଭୋଟ୍ ଗ୍ରହଣ ପ୍ରସ୍ତୁତି ପାଇଁ ଅଧିକ ସମୟ ଦରକାର ହେଉଥିବାରୁ ତାରିଖ ବଦଳିଛି।