ଆସିପାରେ ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ, ୧୦/୨: ଦେଶରେ ଏବେ କରୋନା ସଂକ୍ରମଣ କମିଛି। ଏହାରିମଧ୍ୟରେ ଆଉ ଚିନ୍ତାଜନକ ଖବର ଆସିଛି। ଭାଇରସ ଥିବା ଯାଏ ନୂଆ ନୂଆ ଭାରିଆଣ୍ଟ ଆସିପାରେ।କରୋନାର ନୂଆ ଭାରିଆଣ୍ଟକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖି କହିଛନ୍ତି ଯେ ନୂଆ ଭାରିଆଣ୍ଟ ବିଷୟରେ ଏବେଠୁ କହିବା ଜଲ୍‌ଦି ହୋଇଯିବ। ଅନ୍ୟପଟେ ନୂଆ ଭାରିଆଣ୍ଟକୁ ନେଇ WHO ପାଖରେ ବି ଅଧିକ ତଥ୍ୟ ନାହିଁ। ଅଧିକ ତଥ୍ୟ ପାଇଁ କିଛି ଦିନ ଅପେକ୍ଷା କରିବାକୁ ହେବ ବୋଲି କୁହାଯାଇଛି।