ଅଫଲାଇନରେ ପରୀକ୍ଷା ହେବା ପାଇଁ ନିଷ୍ପତ୍ତି ନିଆସରିଛି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୯/୨: ରାଜ୍ୟରେ କରୋନା ସଂକ୍ରମଣ ବଢିବାରୁ ରାଜ୍ୟରେ ସବୁ ସ୍କୁଲ ଓ କଲେଜ ବନ୍ଦ ସାଙ୍ଗକୁ କୌଣସି ପରୀକ୍ଷା ହୋଇ ପାରୁନଥିଲା। ଯାହା ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ ବେଶ ପ୍ରଭାବ ପକାଇଛି। ଏହାରିମଧ୍ୟରେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।ଅଫଲାଇନରେ ପରୀକ୍ଷା ହେବା ପାଇଁ ନିଷ୍ପତ୍ତି ନିଆସରିଛି ବୋଲି ସେ କହିଛନ୍ତି। କୋର୍ସ ସରିବା ପରେ ଯେଉଁ ସମୟରେ ପରୀକ୍ଷା ହେବା କଥା, ସେହି ସମୟରେ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।