ସ୍କୁଲ ବନ୍ଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨୧/୧୧: ସ୍କୁଲ ବନ୍ଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।ରାଜ୍ୟରେ ୭ହଜାର ୭୭୨ ସ୍କୁଲ ବନ୍ଦ କରିବା ପ୍ରସ୍ତାବ ଅଛି । ୧୪ହଜାର ନୁହେଁ ୭,୭୭୨ ସ୍କୁଲ ବନ୍ଦ ପାଇଁ ପ୍ରସ୍ତାବ ରହିଛି । ସ୍କୁଲ ବନ୍ଦ ନୁହେଁ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଛାତ୍ରଛାତ୍ରୀ ଯେପରି ଡ୍ରପ ଆଉଟ ନହୁଅନ୍ତି ସେହିପରି ନିଷ୍ପତ୍ତି ନିଆଯାଇଛି । ସ୍କୁଲ ବନ୍ଦ କରି ପିଲାଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ସରକାରଙ୍କ ନାହିଁ ବୋଲି ସେ କହିଛନ୍ତି।