ପଞ୍ଚାୟତ ନିର୍ବାଚନ: ମତଦାନ ଦିନ ମଦ ବିକ୍ରି ମନା

ଭୁବନେଶ୍ୱର, ୭/୨: ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନ ନେଇ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ଏହାରିମଧ୍ୟରେ ମତଦାନ ଦିନ ମଦ ବିକ୍ରିକୁ ଅନୁମତି ନାହିଁ। ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ତାରିଖ ଡ୍ରାଏ ଡେ ହେବ। ଏହିସବୁ ଦିନରେ ହୋଟେଲ, ମଦ ଦୋକାନ, ରେସ୍ତୋରାଁରେ ମଦ ବିକ୍ରିକୁ ଅନୁୁୁମତି ନାହିଁ। ନିର୍ବାଚନ ଓ ଭୋଟ ଗଣତି ବେଳେ ମଦ ବିକ୍ରି ଉପରେ କଟକଣା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅବକାରୀ କମିଶନର ।