ପଞ୍ଚାୟତ ନିର୍ବାଚନ: କୋହଳ ହେଲା କଟକଣା

ଭୁବନେଶ୍ୱର,୭/୨: ରାଜ୍ୟରେ ଏବେ ପଂଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ଏହାରି ମଧ୍ୟରେ ପଞ୍ଚାୟତ ନିର୍ବାଚନ କଟକଣା କୋହଳ ନେଇ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ଏଣିକି ୨୦ ଜଣଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ ପ୍ରାର୍ଥୀ । ଏହାସହ ୩୦୦ଜଣଙ୍କୁ ନେଇ ରାଜନୈତିକ ସଭା ହୋଇପାରିବ । ପୂର୍ବପରି ରାଲି, ବାଇକ ରାଲି, ପଦଯାତ୍ରା ଉପରେ କଟକଣା ବଳବତ୍ତର ରହିଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ୫ଜଣଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନିଂ କରିବାକୁ ଅନୁମତି ଥିଲା । କରୋନ ସଂକ୍ରମଣ କମିବା ପରେ କଟକଣା କୋହଳ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।