ଭାରତରେ ସିଙ୍ଗିଲ ଡୋଜ୍ ସ୍ପୁଟନିକ ଲାଇଟ୍ କୋଭିଡ୍ ଟିକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ, ୬/୨: ଦେଶରେ ଏବେ କରୋନା ସଂକ୍ରମଣ କୁ କମେଇବା ପାଇଁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଏହାରିମଧ୍ୟରେ ଆଶ୍ବସ୍ଥିକର ଖବର ଆସିଛି।ଭାରତରେ ସିଙ୍ଗିଲ ଡୋଜ୍ ସ୍ପୁଟନିକ ଲାଇଟ୍ କୋଭିଡ୍ ଟିକାକୁ ଅନୁମତି ମିଳିଛି। ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛ DCGI। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଏହାସହ ଦେଶରେ ଏହା ନବମ କୋଭିଡ୍ ଟିକା ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ।