୫.୯ ତୀବ୍ରତାରସହ ଥରିଲା ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ରେ ଆଜି ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ୫.୯ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ହେତୁ ଜମ୍ମୁ ଓ କଶ୍ମୀର, ଦିଲ୍ଲୀ, ନଇଡ଼ା ଏବଂ ଆଖପାଖ ସହରଗୁଡ଼ିକରେ କମ୍ପନ ଅନୁଭୂତ ହୋଇଥିବା ସୂଚନା ରହିଛି । ଆଜି ସକାଳ ୯.୪୬ରେ ଆଫଗାନିସ୍ତାନ-ତାଜିକିସ୍ତାନ ସୀମାନ୍ତ ଅଞ୍ଚଳରେ ଉକ୍ତ ୫.୭ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପର ଗଭୀରତା ଥିଲା ୧୮୧ କିଲୋମିଟର୍। ୨୫ରୁ ୩୦ ସେକେଣ୍ଡ୍‌ ଧରି ଜୋର୍‌ଦାର୍‌ କମ୍ପନ ଅନୁଭୂତ ହୋଇଥିଲା। ଆଜି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ମଧ୍ୟ ରିକ୍ଟର୍‌ ସ୍କେଲ୍‌ରେ ୩.୬ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ରହିଛି । କିନ୍ତୁ ଏଥିଯୋଗୁଁ କେତେ କଣ କ୍ଷୟକ୍ଷତି ହୋଇଥିଛି ତାହା ସ୍ପଷ୍ଟ ହୋଇନାହିଁ ।