ପୁଣି ଚାଲିଛି ଏମାର ମଠ ଯାଞ୍ଚ

ପୁରୀ,୪/୨: ଆଜି ପୁଣିଥରେ ଆରମ୍ଭ ହୋଇଛି ଏମାର ମଠ ଯାଞ୍ଚ।ପୂର୍ବରୁ ଚିହ୍ନିତ ହୋଇଥିବା ଅଞ୍ଚଳ ଖୋଳିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଜିଲ୍ଲାପାଳ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଳା କାର୍ଯ୍ୟ ହେବ। ତାଙ୍କ ସହ ମଠ ପରିଚାଳନା ଟ୍ରଷ୍ଟ ସଦସ୍ୟ ମଧ୍ୟ ଉପସ୍ଥିତ ରହିବେ।

ଉଲ୍ଲେଖ ଯୋଗ୍ୟ ଯେ ଗତବର୍ଷ ମଠରେ ଗୁପ୍ତଧନ ଆଶାରେ ଯାଞ୍ଚ ହୋଇଥିଲା। ଏହି ଯାଞ୍ଚ ପ୍ରକ୍ରିୟା ରେ ମେଟାଲ ଡିଟେକ୍ଟର ଦ୍ବାରା ଯାଞ୍ଚ ହୋଇ ଚିହ୍ନିତ ହୋଇଥିଲା ୬ଟି ସ୍ଥାନ।ମଠର ପ୍ରବେଶ ଗୃହ, ଅଗଣା, ଝୁଲଣ ମଣ୍ଡପ ସମ୍ମୁଖ ଅଗଣାରେ ଦିଆଯାଇଥିଲା ଚିହ୍ନ
ଆଜି ସେସବୁ ସ୍ଥାନ ଖୋଳାଯିବା ନେଇ ସୂଚନା ରହିଛି।